- SCHOOL BOARDS
- BSE/CHSE ODISHA
- CLASS 6
- GEOGRAPHY
- ସପ୍ତମ ଅଧ୍ୟାୟ : ଭାରତ - ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ
- Bharata: Jalabayu,Prakrutika Udvida,Banyaprani O Ehara Sarankhyana (ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Class 6 Geography Chapter-7 -Part-2 : Notes
Bharata: Jalabayu,Prakrutika Udvida,Banyaprani O Ehara Sarankhyana (ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Class 6 Geography Chapter-7 -Part-2 : Notes
Language : Odia
Odia Medium Class 6 Geography Chapter-7 (Part-2) :- Bharata: Jalabayu,Prakrutika Udvida,Banyaprani O Ehara Sarankhyana(ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ) Notes
ଭାରତ ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ
· ବାୟୁମଣ୍ଡଳର ଅବସ୍ଥା ସବୁବେଳେ ସମାନ ନଥାଏ | କେତେବେଳେ ଅଧିକ ଗରମ ତ କେତେବେଳେ ଅଧିକ ଶୀତ ହୁଏ | ପୁଣି କେତେବେଳେ ଝଡି ଯୋଗୁଁ ଘରୁ ପଦାକୁ ବାହାରିବା କଷ୍ଟକର |
· ବାୟୁମଣ୍ଡଳରେ ଘଟୁଥିବା ଦୈନନ୍ଦିନ ପରିବର୍ତ୍ତନକୁ ପାଣିପାଗ କୁହାଯାଏ |
· ଏହି ପରିବର୍ତ୍ତନ ମୁଖ୍ୟତଃ ବାୟୁର ତାପମାତ୍ରା, ବୃଷ୍ଟିପାତ ଓ ସୂର୍ଯ୍ୟାଲୋକର ପରିମାଣର ପରିବର୍ତ୍ତନକୁ ବୁଝାଇଥାଏ |
· ବାୟୁମଣ୍ଡଳ ଅବସ୍ଥାରେ ଏ ପ୍ରକାର ପରିବର୍ତ୍ତନକୁ ବିଚାରକୁ ନେଇ ଆମ ଦେଶରେ ଗୋଟିଏ ବର୍ଷକୁ ଚାରିଗୋଟି ଋତୁରେ ବିଭକ୍ତ କରାଯାଇଛି :- ଯଥା –
1. ଶୀତଋତୁ (ଡିସେମ୍ବରରୁ ଫେବୃୟାରୀ)
2. ଗ୍ରୀଷ୍ମଋତୁ (ମାର୍ଚ୍ଚରୁ ମେ)
3. ବର୍ଷାଋତୁ (ଜୁନ୍ ରୁ ସେପ୍ଟେମ୍ବର)
4. ଶରତ ଋତୁ (ଅକ୍ଟୋବର ରୁ ନଭେମ୍ବର)
ଗ୍ରୀଷ୍ମଋତୁ
· ଗ୍ରୀଷ୍ମଋତୁରେ ସୂର୍ଯ୍ୟରଶ୍ମି ପ୍ରାୟ ସିଧାସଳଖ ଭାବେ ଆମ ଦେଶରେ ପଡିଥାଏ | ଏହି ରତୁରେ ଦିନ ବଡ ଓ ରାତି ଛୋଟ ହୁଏ |
· ରାଜସ୍ଥାନ, ଦିଲ୍ଲୀ, ହରିୟାନା, ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ଅଞ୍ଚଳରେ ଦିନବେଳା ଅତି ଉଷ୍ଣ ଓ ଶୁଷ୍କ ବାୟୁ ‘ଲୁ’ ପ୍ରବାହିତ ହୋଇଥାଏ |
· ଓଡ଼ିଶାର ଉତ୍ତର ଭାଗରେ ଓ ପଶ୍ଚିମବଙ୍ଗରେ ଅପରାହ୍ନ ସମୟରେ ବିଜୁଳି ଓ ଘଡଘଡି ସହ ବୃଷ୍ଟିପାତ ହୋଇଥାଏ | ଏହାକୁ କାଳ ବୈଶାଖୀ କୁହାଯାଏ |
ବର୍ଷାଋତୁ
· ବର୍ଷାଋତୁରେ ଆମଦେଶରେ ମୌସୁମୀ ବାୟୁପ୍ରବାହ ହୋଇଥାଏ |
· ରାଜସ୍ଥାନର ପଶ୍ଚିମାଞ୍ଚଳରେ ଅତି କମ୍ ବୃଷ୍ଟିପାତ କାରଣରୁ ଥର୍ ମରୁଭୁମି ସୃଷ୍ଟି ହୋଇଛି |
ଶରତ ଋତୁ
· ଶରତ ଋତୁରେ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ବାୟୁ ଯୋଗୁଁ ତାମିଲନାଡୁ ଆନ୍ଧ୍ର ଉପକୂଳରେ ବୃଷ୍ଟିପାତ କରାଇଥାଏ |
ଶୀତଋତୁ
· ଶୀତଋତୁରେ ଭାରତରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡେ ନାହିଁ | ଏହି ଋତୁରେ ଦିନ ଛୋଟ ଓ ରାତି ବଡ ହୁଏ |
· ଏହିଋତୁରେ ହିମାଳୟ ପର୍ବତମାଳା ଓ ଉତ୍ତର ଭାରତର କେତେକ ଅଞ୍ଚଳରେ ତୁଷାରପାତ ହୁଏ |
· ବହୁ ବର୍ଷଧରି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ |
କ୍ରାନ୍ତିୟ ବାତାବର୍ତ୍ତ
· କ୍ରାନ୍ତିୟ ମଣ୍ଡଳରେ କୌଣସି କାରଣରୁ ବାୟୁମଣ୍ଡଳରେ ବାୟୁ ଚାପ ହ୍ରାସ ପାଇ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇ ଘନୀଭୂତ ହେଲେ ବାତାବର୍ତ୍ତରେ ପରିଣତ ହୁଏ | ଯାହାକୁ କ୍ରାନ୍ତିୟ ବାତାବର୍ତ୍ତ କୁହାଯାଏ | ଏହା ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ପ୍ରଚୁର ବୃଷ୍ଟିପାତ ହୋଇଥାଏ |
ମୌସୁମୀ ବାୟୁ
· ଏହା ଏକ ଋତୁକାଳୀନ ବାୟୁ ପ୍ରବାହ | ଗ୍ରୀଷ୍ମକାଳରେ ଏହା ଦକ୍ଷିଣ - ପଶ୍ଚିମ ଦିଗରୁ ଓ ଶୀତକାଳରେ ଉତ୍ତର – ପୂର୍ବ ଦିଗରୁ ପ୍ରବାହିତ ହୁଏ | ଏଥିରୁ ପ୍ରଚୁର ବୃଷ୍ଟିପାତ ମିଳେ |
ପ୍ରାକୃତିକ ଉଦ୍ଭିଦ
· ମଣିଷର ବିନା ସାହାଯ୍ୟରେ ଆପେ ଆପେ ବହୁଥିବା ଘାସ, ବୁଦା ଓ ଗଛଲତା ଆଦିକୁ ପ୍ରାକୃତିକ ଉଦ୍ଭିଦ କୁହାଯାଏ |
· ଜଳବାୟୁ ବିଭିନ୍ନତା ଯୋଗୁଁ ଆମ ଦେଶରେ ବିଭିନ୍ନ ପ୍ରକାର ପ୍ରାକୃତିକ ଉଦ୍ଭିଦ ଦେଖାଯାଏ | ଯଥା – କ୍ରାନ୍ତିୟ ଚିରହରିତ ଅରଣ୍ୟ
a) କ୍ରାନ୍ତିୟ ପର୍ଣ୍ଣମୋଚି ଅରଣ୍ୟ
b) କଣ୍ଟାବୁଦା ଜଙ୍ଗଲ
c) ପାର୍ବତ୍ୟ ଅରଣ୍ୟ
d) ଜୁଆରିଆ ଅରଣ୍ୟ
ଅରଣ୍ୟର ଉପକାରିତା
· ବୃକ୍ଷଲତାଗୁଡିକ ଖାଦ୍ୟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରିଥାନ୍ତି ଏବଂ ଅମ୍ଳଜାନ ଛାଡ଼ିଥାନ୍ତି | ଅମ୍ଳଜାନ ଆମେ ପ୍ରଶ୍ଵାସରେ ଗ୍ରହଣ କରୁ · ଜଙ୍ଗଲ ବନ୍ୟପ୍ରାଣୀଙ୍କର ପ୍ରାକୃତିକ ଆବାସସ୍ଥଳୀ |
· ଜଙ୍ଗଲ ବୃଷ୍ଟିପାତରେ ସହାୟକ ହୋଇଥାଏ |
ବନ୍ୟପ୍ରାଣୀ
· ଜଙ୍ଗଲ ଅନେକ ପ୍ରକାର ପ୍ରାଣୀଙ୍କର ବାସସ୍ଥାନ |
· ହଜାର ହଜାର ପ୍ରଜାତିର ପ୍ରାଣୀ ଓ ବହୁପ୍ରକାର ପ୍ରଜାତିର ସରୀସୃପ ଉଭୟଚର ପ୍ରାଣୀ, ପକ୍ଷୀ ଓ କୀଟପତଙ୍ଗ ଜଙ୍ଗଲରେ ରୁହନ୍ତି |
· ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି |
|